ରାଜ୍ୟରେ ଆଉ ୮୪୩ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୯୨ହଜାର ୪୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୪୯, କଟକରୁ ୧୩୪, ଷ୍ଟେଟପୋଲରୁ ୭୯, ଯାଜପୁରରୁ ୪୫, ପୁରୀରୁ ୩୨, ବାଲେଶ୍ୱରରୁ ୨୩, ସମ୍ବଲପୁରରୁ ୨୦, ମୟୁରଭଞ୍ଜ ଓ ନୟାଗଡ଼ରୁ ୧୮ ଲେଖାଏଁ, ଜଗତସିଂହପୁରରୁ ୧୭, ଢେଙ୍କାନାଳରୁ ୧୪, ଦେଓଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଲେଖାଏଁ, ଭଦ୍ରକରୁ ୧୦ଜଣ ରହିଛନ୍ତି। ସେହିପରି ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୮ ଲେଖାଏଁ, ଅନୁଗୁଳ ଓ ବରଗଡ଼ରୁ ୭ ଲେଖାଏଁ, ଗଞ୍ଜାମରୁ ୬, କୋରାପୁଟରୁ ୫, ଝାରସୁଗୁଡ଼ା ଓ କନ୍ଧମାଳରୁ ୪ ଲେଖାଏଁ, ବଲାଙ୍ଗିର, କଳାହାଣ୍ଡି, କେଉଁଝର, ମାଲକାନଗିରି ଓ ସୋନପୁରରୁ ୨ ଲେଖାଏଁ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨ ହୋଇଥିବାବେଳେ ୯ଲକ୍ଷ ୯୧ହଜାର ୬୩୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୯୦୧ଜଣ ଚିକିତ୍ସିତ ହେଉଛନ୍ତି।