ସମ୍ପତ୍ତି ବାଜ୍ୟାପ୍ତି କଲା ଇଡ଼ି: ରାଜକୋଷକୁ ଫେରିଲା ପୂର୍ବତନ ବିଧାୟକ, ଓଏଫ୍‌ଏସ୍‌, ଓଏଏସ୍‌ଙ୍କ କଳା ଧନ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୂର୍ବତନ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି। ୩ଜଣଙ୍କର ୬ କୋଟି ୫୭ଲକ୍ଷ ଟଙ୍କା ସମ୍ପତି ବ୍ୟାଜାପ୍ତି କଲା ଇଡି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ‌ ବିଧାୟକ ଅନାମ ନାୟକ, ଓଏଫଏସ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଏସ ବିଜୟ କେତନ ସାହୁ। ଯେକି ଭିଜିଲାନ୍ସର ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିଲେ। ତେବେ ଭିଜିଲାନ୍ସ କରିଥିବା କେସକୁ ହାତକୁ ନେଇ ଏହି ତିନି ଜଣଙ୍କର‌ ସମ୍ପତ୍ତିକୁ ବ୍ୟାଜାପ୍ତ କରାଯାଇଛି। ୨୦୨୦ ଜାନୁଆରୀ ୨୨ରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ରେଡ କରିଥିଲା କୋରାପୁଟ ଭିଜିଲାନ୍ସ।

ସେତେବେଳେ ୧ କୋଟି ୫୪ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ସେହିପରି ୨୦୧୮ରେ ଓଏଫଏସ ନଳିନୀ ପୃଷ୍ଟିଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ସ୍ବାମୀ ମଧ୍ୟ ତହସିଲଦାର ଥିବାରୁ ତାଙ୍କର ଆୟବହିର୍ଭୁତ ସମ୍ପତ୍ତି ଖୋଳତାଡ ହୋଇଥିଲା। ସେତେବେଳେ ଉଭୟ ଦମ୍ପତିଙ୍କର ୩ କୋଟି ୯୪ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ପରେ ତାହା ୫କୋଟି ୫ଲକ୍ଷରେ ପହଞ୍ଚିଥିଲା। ତେବେ ଏହି ସବୁ ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ହାତକୁ କେସ ନେଇ ତିନି ଜଣଙ୍କର ୬ କୋଟି ୬୯ ଲକ୍ଷ ସମ୍ପତ୍ତି ବ୍ୟାଜାପ୍ତି କରି ସରକାରୀ ରାଜକୋଷକୁ ଫେରାଯାଇଛି।