କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଏହା କୁହାଯାଇଛି। ଆଜି ସକାଳ ୪ଟା ୫୬ ମିନିଟରେ ଏହି ଭୂକମ୍ପ ହୋଇଥିଲା। ତେବେ ଭୂମିକମ୍ପ ଯୋଗୁଁ କୌଣସି ପ୍ରକାରର ଧନ ଜୀବନ କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଗତ ମାସରେ ଜାମ୍ମୁ କାଶ୍ମୀରରେ ମଧ୍ୟ ଏହି ଭୂମିକମ୍ପର ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ୫.୧ରେ ଥିଲା ଏବଂ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।