ଗ୍ରୀଷ୍ମ ଋତୁରେ ପିଅନ୍ତୁ ଏମିତିକା ଚା’ …

ଭୁବନେଶ୍ୱର: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ପିଇବାକୁ ଖୁବ୍ ଭଲ ପାଆନ୍ତି। କିନ୍ତୁ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବାରୁ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଯଦି ଆପଣଙ୍କୁ ଚା’ ପିଇବାକୁ ମନ ହେଉଥିବ ତେବେ ହର୍ବଲ ଚା’ ପିଇପାରିବେ। ହର୍ବଲ ଚା’ ଆପଣଙ୍କୁ ସୁସ୍ଥ ରଖିବା ସହ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିଥାଏ। ତେବେ ଆସନ୍ତୁ ଜାଣିବା ହର୍ବଲ ଚା’ ସମ୍ପର୍କରେ….
* ତୁଳସୀ ଚା’: ଆୟୁର୍ବେଦିକ ଦୃଷ୍ଟିରୁ ତୁଳସୀ ଖୁବ୍ ଗୁଣକାରୀ ହୋଇଥାଏ। ଗରମ ପାଣିରେ ୭ରୁ ୮ଟି ତୁଳସୀ ପତ୍ର ପକାଇ ଏହାକୁ ଢ଼ାଙ୍କି ଦିଅନ୍ତୁ। ୨ ମିନିଟ୍ ପରେ ଏହାକୁ ଛାଣି ସେଥିରେ ଫାଳେ ଲେମ୍ବୁ ରସ ଓ ଛୋଟ ଚାମଚରେ ମହୁ ମିଶାଇ ପିଅନ୍ତୁ।
* ଲେମ୍ବୁ ଓ ଗୋଲମରିଚ ଚା’: ଏହି ଚା’ ଥଣ୍ଡା, କାଶ ଓ ଜ୍ଜ୍ୱର ଭଲ କରିବାରେ ସହାୟୀ ହୋଇଥାଏ। ପାଣି ଗରମ କରିବା ସମୟରେ ୧ ଚାମଚ ଗୋଲମରିଚ ଗୁଣ୍ଡ, ଲେମ୍ବୁ ଓ ମହୁ ମିଶାଇ ଏହି ଚା’ ପ୍ରସ୍ତୁତ କରନ୍ତୁ।
* ପୁଦିନା ଚା’: ପୁଦିନା ପେଟ ପାଇଁ ସବୁଠୁ ଭଲ ହେବାସହ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଗରମ ପାଣିରେ କିଛି ପୁଦିନା ପତ୍ର ପକାଇ ଫୁଟାଇ ଦିଅନ୍ତୁ। ପରେ ଏଥିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ।