ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁ

  • ପ୍ରୟାଗରାଜ: ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ଆଜି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସୋମବାର ପ୍ରୟାଗରାଜଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗୋଟିଏ ବନ୍ଦ କୋଠରୀ ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମୃତଦେହ ନିକଟରୁ ଏକ ପାଞ୍ଚ ପୃଷ୍ଠିଆ ସୁଇସାଇଡ୍ ନୋଟକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ପ୍ରାଥମିକ ତଦନ୍ତକୁ ଦେଖି ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି କହୁଛି ପୁଲିସ । ପ୍ରୟାଗରାଜସ୍ଥିତ ବାଙ୍ଘବରୀ ମଠ ଭିତରୁ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ମୃତ୍ୟୁ ପରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ୱିଟ୍୍ କରି ଶୋକପ୍ରକାଶ କରିଛନ୍ତି। ଏଥିସହିତ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • ଗତ କିଛିଦିନ ହେଲା ଆଖଡା ପରିଷଦ ଭିତରେ ମତଭେଦ ଲାଗି ରହିଥିଲା। ଯାହାକୁ ନେଇ ମହନ୍ତ ନରେନ୍ଦ୍ର ଗିରି କିଛିଦିନ ହେଲା ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଆଜି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ତଦନ୍ତ ପରେ, ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କହିଛି । ଘର ଭିତରୁ ମହନ୍ତଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହି ଆତ୍ମହତ୍ୟା ପଛରେ କେଉଁ କାରଣ ରହିଛି, ସେନେଇ କିଛି ସ୍ପଷ୍ଟ ହୋଇନି।