ଲକଡାଉନ ଚିନ୍ତା: ଘରେ ଜିନିଷ ପହଞ୍ଚାଇବ ବିଗବଜାର

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଜାରି ହୋଇଥିବା ଲକଡାଉନର ଆଜି ହେଉଛି ପ୍ରଥମ ଦିନ। ଏହି ଲକଡାଉନ ସମୟରେ କିନ୍ତୁ ଗ୍ରୋସରୀ ଦୋକାନ, ଫଳ, ପନିପରିବା ଓ ଓଷଧ ଦୋକାନ ଖୋଲା ରଖିବାର ଅନୁମତି ଦିଆଯାଇଛି। ଏଥି ସହିତ ବିଗବଜାର ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଘରେ ଜିନିଷ ପହଞ୍ଚାଇବାର ବ୍ୟବସ୍ଥା କରିଛି। ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟ ଯଥା ବାଙ୍ଗାଲୁର, ପାଟଣା, ରାଞ୍ଚୀ, ଭୁବନେଶ୍ୱର, ଗୌହାଟୀ, ମହାରାଷ୍ଟ୍ର, ମୁମ୍ବାଇ, ଗୁଜରାଟ ଓ ରାଜସ୍ଥାନରେ ବିଗବଜାର ଏହି ସେବା ପ୍ରଦାନ କରିବାର ଘୋଷଣା କରିଛି। ଡେଲିଭରି ସହିତ ଜଡ଼ିତ ଫୋନ୍ ନମ୍ବର ଓ ସ୍ଥାନର ନାମ ବିଗବଜାର ଟ୍ୱିଟରରେ ଜାରି କରିଛି। ଏହାଦ୍ୱାରା ଗ୍ରାହକଙ୍କୁ ଘରେ ବସି ଜିନିଷ ପାଇବାର ସୁବିଧା ମିଳିବା ସହ ଆଉ ବାହାରକୁ ଯିବାକୁ ପଡ଼ିବନି।