ୱାଶିଂଟନ,ଏଜେନ୍ସି: ଆମେରିକାରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବାବେଳେ ଏହାର ମୁକାବିଲା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ସହାୟତା ମାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟେବଲେଟ୍ସ ପାଇଁ ଅନୁରୋଧ କରିଛନ୍ତି । ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଶୀଘ୍ର ଯୋଗାଇବାକୁ କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବାସୀଙ୍କୁ ଟ୍ରମ୍ପ କହିଛନ୍ତି କରୋନା ମୁକାବିଲା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରୁଛୁ । କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିବ। ଟ୍ରମ୍ପ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଓ ଖାଦ୍ୟ ଯୋଗାଉଥିବା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସେ କହିଛନ୍ତି କରୋନା ବିରୋଧରେ ଲଢ଼ିବା ପାଇଁ ଆମକୁ ମିଳିତ ଭାବେ କାମ କରିବାକୁ ପଡ଼ିବ।