ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ବିପଦ ଆଣିଛି। ଏପରି ସମୟରେ ଶିଶୁ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସବୁଠାରୁ ବେଶୀ ବିପଦ ରହିଛି। ଲକ୍ ଡାଉନ୍ ସମୟରେ ଆମ୍ବୁଲାନ୍ସର ହେଉଛି ଅସଦ ବ୍ୟବହାର। ଯେଉଁକାମ ପାଇଁ ଆମ୍ବୁଲାନ୍ସ ଉଦ୍ଦିଷ୍ଟ ତାଲାବନ୍ଦ ସମୟରେ ତାହାର ଅପବ୍ୟବହାର କରୁଛନ୍ତି କିଛି ଲୋକ। ତେଣୁ ଆମ୍ବୁଲାନ୍ସର ଅସଦ ବ୍ୟବହାର କରନ୍ତୁନାହିଁ। ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ଆମ୍ବୁଲାନ୍ସର ଅସଦ ବ୍ୟବହାର କରନ୍ତୁ ନାହିଁ। ଆମ୍ବୁଲାନ୍ସ ପ୍ରତି ଏକ ବିଶ୍ୱାସ ରହିଛି। ଏହି ବିଶ୍ୱାସ ଭିତରେ ଗଡ଼ୁଛି ଆମ୍ବୁଲାନ୍ସ। କିଛି ଲୋକ ଓ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ଲୋଭରେ ନିଜ ବିବେକ ହରାଉଛନ୍ତି।
ସେମିତି କିଛି ବିବେକହୀନ ଆମ୍ବୁଲାନ୍ସ ଡ୍ରାଇଭର ଏକ ଗର୍ଭବତୀଙ୍କୁ ନେଇକି ଯାଇଥିଲେ ଓ ତାଙ୍କର ପରିବାର ବର୍ଗଙ୍କୁ ନବା ଆଣିବା କରୁଥିଲେ। ଏଭଳି କାରଣରୁ ବର୍ତମାନ ସବୁ ଆମ୍ବୁଲାନ୍ସକୁ ରାସ୍ତା ଉପରେ ଯାଞ୍ଚ କରାଯାଉଛି। ଯେଉଁଥି ପାଇଁ ଅନେକ ରୋଗୀ ହଇରାଣରେ ପଡୁଛନ୍ତି। ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ବି ବାଟ ଛାଡି ଦିଅନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ବେଳେ ବି ଆମ୍ବୁଲାନ୍ସକୁ ବାଟ ଛଡା ଯାଇଥିଲା। ତେଣୁ ସମସ୍ତେ ଆମ୍ବୁଲାନ୍ସର ଉଚିତ ବ୍ୟବହାର କରନ୍ତୁ। ପୂର୍ବରୁ ଆମ୍ବୁଲାନ୍ସରେ ଯାତ୍ରୀ ବୁହା ହେଉଥିବା ଅଭିଯୋଗ ଆସିଥିଲା। ଏହା ପରେ ରାଜ୍ୟ ସରକାର ଏଭଳି ଅପବ୍ୟବହାର କରୁଥିବା ଡ୍ରାଇଭରଙ୍କୁ ଚେତାବନୀ ଦେଇଥିଲେ। ତେଣୁ ଆମ୍ବୁଲାନ୍ସର ଅପବ୍ୟବହାର ନକରି ବିବେକର ସହିତ କାର୍ଯ୍ୟ କରନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି।