ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ବିଜେପିର ଦାବି; କଂଗ୍ରେସ ନମାଗିଲେ ହେବ ଆନ୍ଦୋଳନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ । କଂଗ୍ରେସ ସବୁବେଳେ ଆଦିବାସୀ ଓ ଦଳିତଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରିଆସିଛି, କିନ୍ତୁ କେବେହେଲେ ତାଙ୍କ ବିକାଶ ପାଇଁ କାର୍ଯ୍ୟ କରିନାହିଁ । ଆଜି ଯେତେବେଳେ ଜଣେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନୋନୀତ କରିଛନ୍ତି ଏହାକୁ କଂଗ୍ରେସ ଆଦୌ ସହ୍ୟ କରିପାରୁନାହିଁ । ଆଦିବାସୀ ଓ ମହିଳା ବିରୋଧୀ ଘୃଣ୍ୟ ମନ୍ତବ୍ୟ ଦେଇଛି କଂଗ୍ରେସ । ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସ ଦଳ କ୍ଷମା ପ୍ରାର୍ଥନା କରିବା ନିହାତି ଆବଶ୍ୟକ । ନଚେତ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି । ରାହୁଳ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ ଯେଉଁ ହୀନ ମନ୍ତବ୍ୟ ଦେଇଛି ସେନେଇ ରାହୁଳ ଗାନ୍ଧୀ ଯଥାଶୀଘ୍ର କ୍ଷମାପ୍ରାର୍ଥନା କରନ୍ତୁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ।

ଆଜି ଯୁବମୋର୍ଚ୍ଚା ତରଫରୁ ଏଭଳି ମନ୍ତବ୍ୟକୁ ବିରୋଧ କରି ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏଥିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍‌ପ୍ରକାଶ ମିଶ୍ର, ଭୁବନେଶ୍ୱର ବିଜେପି ମେୟର ପ୍ରାର୍ଥୀ ସୁନିତ ମୁଣ୍ଡ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମ କବାଟ, ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ, ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା, ଅମର ଜ୍ୱଟି ଜଗଦ୍ଦେବ, ଶଶୀପ୍ରଭା ରଥ, ଜଗନ୍ନାଥ ବେହେରା, ବିଜୟ ରାଉତ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଯୁବ କାର୍ଯ୍ୟକର୍ତ୍ତା ସୁଜିତ ସାହୁ, ଧୀରେନ ପାତ୍ର, ସୁନୀଲ ସ୍ୱାଇଁ, ଆଦର୍ଶ ପଟ୍ଟନାୟକ, ଚିତ୍ତରନ ସାହୁ, ଶୁଭକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।