ଘରୋଇ ବସକୁ ୫ଲକ୍ଷ ୬୬ ହଜାର ଜୋରିମାନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏକ ଘରୋଇ ଯାତ୍ରୀବାହୀ ବସକୁ ଲକ୍ଷାଧିକ ଟଙ୍କାର ଜୋରିମାନା କରିଛି ଭୁବନେଶ୍ୱର ଆରଟିଓ-୨। କୋରାପୁଟରୁ ଭୁବନେଶ୍ୱର ଆସୁଥିବା ଏହି ଘରୋଇ ବସ କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜୋରିମାନା କରାଯାଇଛି।

ପ୍ରକାଶ ଯେ, ଉକ୍ତ ବସ୍ ଟି ୨୦୧୯ ମେ’ ମାସରୁ ଏପର୍ଯ୍ୟନ୍ତ ମୋଟର ଭେଇକିଲ ଟାକ୍ସ ଦେଇ ନଥିଲା। ବସର ପରମିଟ, ଫିଟନେସ୍, ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ମୋଟା ଅଙ୍କର ଜୋରିମାନା କରାଯାଇଛି।