ବଲାଙ୍ଗିର ଜିଲ୍ଲାରୁ ଆଜି ୩୨୬ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ପୁଣି ୩୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ ଦ୍ୱିତୀୟ ଦିନ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର କରିଛି। ମୁଖ୍ୟତଃ ବଲାଙ୍ଗିର ସହରରେ ସ୍ଥିତି ଉଦବେଗ ଜନକ ଜଣାପଡୁଛିି। ଆଜି ଆଗଲପୁର ବ୍ଲକରୁ ୧୬ଜଣ, ବଲାଙ୍ଗିର ବ୍ଲକରୁ ୭ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୮୦ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୯ଜଣ, ବେଲପଡା ବ୍ଲକରୁ ୨୪ଜଣ, ଦେଓଗାଁ ବ୍ଲକରୁ ୧୯ଜଣ, ଗୁଡଭେଲା ବ୍ଲକରୁ ୨୨ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨୮ଜଣ, ଖପ୍ରାଖୋଲ ବ୍ଲକରୁ ୯ଜଣ, ଲୋଇସିଂହା ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୧୧ଜଣ, ସଇଁନ୍ତଳା ବ୍ଲକରୁ ୩୮ଜଣ, ଟିଟିଲାଗଡ଼ ଗ୍ରାମାଞ୍ଚଳରୁ ଜଣେ, ଟିଟିଲାଗଡ଼ ସହରରୁ ୨ଜଣ, ତୁଷୁରାରୁ ୧୪ ଓ ତୁରେକେଲା ବ୍ଲକରୁ ୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୪୩୭୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୧୫୩୨ ଜଣ ସୁସ୍ଥ ହୋଇଥିବାବେଳେ ୨୭୮୯ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।