ଢେଙ୍କାନାଳ: ଶିଶୁ ହତ୍ୟା ମାମଲାରେ ପଡୋଶୀ ମହିଳା ଗିରଫ

ଢେଙ୍କାନାଳ, ଏନ୍ଏନ୍ଏସ୍:ଢେଙ୍କାନାଳ ଜିଲ୍ଲା ଶିଶୁହତ୍ୟା ମାମଲାରେ ପଡୋଶୀ ମହିଳାଙ୍କୁ ପୁଲିସ ଗିରଫ କରିଛି। ହତ୍ୟା ସନ୍ଦେହରେ ପଡୋଶୀ ଦମ୍ପତିଙ୍କୁ ପୁଲିସ ଗତକାଲିଠାରୁ ଅଟକ ରଖିଥିଲା। ଉକ୍ତ ମହିଳା ଜଣକ ଶିଶୁକୁ ଶ୍ୱାସରୁଦ୍ଧକରି ମାରି କୂଅରେ ଫିଙ୍ଗିଦେଇଥିବା ପୁଲିସ ନିଟକରେ ସ୍ୱୀକାର କରିଛନ୍ତି। ପାରିବାରିକ ଶତ୍ରୁତାରୁ ମହିଳା ଏଭଳି କାଣ୍ଡ କରିଥିବା ଜଣାପଡିଛି। ନହଲପ୍ରସାଦ ଥାନା ଖଙ୍କିରା ଗାଁର ଏକ କୂଅରୁ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା।