Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇଣ୍ଡିଆ ଏନର୍ଜି ଫୋରମ’ରେ ଧର୍ମେନ୍ଦ୍ରଙ୍କ ଉଦ୍‌ବୋଧନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇଣ୍ଡିଆ ଏନର୍ଜି ଫୋରମ’ରେ ଧର୍ମେନ୍ଦ୍ରଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ୍‌-୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଊର୍ଜ୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅନେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେରା ଉଇକ୍ ‘ଇଣ୍ଡିଆ ଏନର୍ଜି ଫୋରମ’ (ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଇଏଚ୍‌ଏସ୍ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍ ୟରଗେନଙ୍କ ଦ୍ୱାରା ଊର୍ଜ୍ଜା ଉପରେ ଲିଖିତ ପୁସ୍ତକ “ଦ ନିୟୁ ମ୍ୟାପ” ଲୋକାର୍ପିତ ହୋଇଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଊର୍ଜ୍ଜା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏଭଳି କାର୍ଯ୍ୟକ୍ରମ ଭାରତରେ ଆୟୋଜନ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଦେଶର ଊର୍ଜ୍ଜା ସୁରକ୍ଷା ଭିତ୍ତିଭୂମିକୁ ସଦୃଢ଼ କରିବ । ସେହିପରି କୋଭିଡ୍‌-୧୯ ସତ୍ତ୍ୱେ ଊର୍ଜ୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ କହିଛନ୍ତି ବିଶ୍ୱ ଅର୍ଥନୀତି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା ଅନେକ ସୁଯୋଗ ଓ ସମ୍ଭାବନା ମଧ୍ୟ ଆଣିଦେଇଛି । ଭାରତ ସରକାରଙ୍କର ଊର୍ଜ୍ଜା ଏଜେଣ୍ଡା ସମ୍ମିଳିତ, ବଜାରଭିତ୍ତିକ ଏବଂ ଜଳବାୟୁ ଆଧାରିତ । ନିକଟ ବର୍ଷ ମାନଙ୍କରେ ଭରତୀୟ ତୈଳ ଏବଂ ଗ୍ୟାସ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।

ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି ଏବଂ ଇନ୍ଧନ ଯୋଗାଣକୁ ନିଶ୍ଚିତ କରାଯାଇଛି । ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଇଣ୍ଡିଆ ଏନର୍ଜି ଫୋରମ ଭାରତ ଊର୍ଜ୍ଜା କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇବ । ଏହା ବିଶ୍ୱର ଶିଳ୍ପପତିମାନଙ୍କୁ ଦେଶର ଊର୍ଜ୍ଜା କ୍ଷେତ୍ରରେ ଯୋଡ଼ି ବିଶ୍ୱ ଊର୍ଜ୍ଜା ଦୃଶ୍ୟପଟ୍ଟରେ ଭାରତକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ । ଉଲ୍ଲେଖନୀୟ ଯେ, ସୋମବାର ସେରା ଉଇକ୍ ପକ୍ଷରୁ ଆୟୋଜିତ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ ।