‘ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ’ର ଭର୍ଚୁଆଲ ସମ୍ମିଳନୀରେ ଧର୍ମେନ୍ଦ୍ର, ୧୦୦% ସ୍ୱଚ୍ଛ ଇନ୍ଧନରେ ଚାଲୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ଯାନବାହାନ

ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଐତିହ୍ୟ ଏବଂ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହନ ଦିଆଯିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଦେଖୋ ଆପନା ଦେଶ୍’ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୁଭାରମ୍ଭ ‘ସାଥୀ’ ପଦକ୍ଷେପ ପଦକ୍ଷେପକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

ରବିବାର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚଳିତ ବଷର୍ର ଥିମ୍ ଥିବା “ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ”ର ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ଯାନବାହାନ ଯଥା ବୋଟ, ଯନ୍ତ୍ରଚାଳିତ ଡଙ୍ଗା ଓ ଗାଡ଼ିଗୁଡିକ ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଛି। ତେବେ ଏହି ଯାନବାହାନକୁ ଏଲଏନଜି, ପିଏନଜି ଭଳି ସ୍ୱଚ୍ଛ ଇନ୍ଧନରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଉଭୟ ପର୍ଯ୍ୟଟକ, ବୋଟ ଓ ଅନ୍ୟାନ୍ୟ ଯାନବାହାନ ମାଲିକାନାରେ ଥିବା ବ୍ୟକ୍ତିମାନେ ଲାଭ ହେବେ ଏବଂ ପରିବେଶ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି।