ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ପ୍ରାଥମିକ ପର୍ଯ୍ୟାୟରେ କମିସନରେଟ ପୁଲିସ ପକ୍ଷରୁ ୭ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ୭ ଜଣିଆ କମିଟି ବିମାନବନ୍ଦରରେ ନିର୍ମାଣ ହେଉଥିବା ଟର୍ମିନାଲର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଯାଞ୍ଚ କରିବେ। ଯାଞ୍ଚ ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପଟେ ଠିକାଦାର ଦିଲ୍ଲୀପ ଖଟେଇ ଓ ଜଣେ ଇଞ୍ଜିନିୟରଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇ ପଚରାଉଚୁରା ଜାରି ରହିଛି। ଏହି ଦୁର୍ଘଟଣାରେ ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳର ନବକିଶୋର ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିବାର ଲୋକ ବିମାନବନ୍ଦରରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି।