ନୂଆଦିଲ୍ଲୀ : ଡ୍ୟୁଟିରେ ଥିବା ସମୟରେ ଜଣେ ପୁଲିସ କନଷ୍ଟେବଳ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଶନିବାର ଧୌଲା କୁଆଁ ପାଖରେ ଥିବା ସୁବ୍ରୋତୋ ପାର୍କ ପୁଲିସ ପୋଷ୍ଟରେ କାର୍ୟ୍ୟରତ ଥିଲେ କନଷ୍ଟେବଳ। ହଠାତ୍ ଫୋନରେ କାହା ସହ ଝଗଡ଼ା କରିବା ପରେ ସେ ତୁରନ୍ତ ନିଜକୁ ଗୁଳି କରି ହତ୍ୟା କରିଥିବା ନେଇ ସୂଚନା ଦେଇଛି ପୁଲିସ। କ’ଣ ପାଇଁ ପୁଲିସ କନଷ୍ଟେବଳ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଏ ନେଇକାରଣ ଖୋଜିବା ପାଇଁ ପୁଲିସ ତଦନ୍ତ ଚଳାଇଛି।