ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାଏଙ୍କୁ କରୋନା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାଏ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ଠାରେ କରୋନାର କିଛି ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରାଇଥିଲେ। ଏବଂ କରୋନା ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ଗତ କିଛିଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ଯତ୍ନ ନେବା ସହିତ କରୋନା ଟେଷ୍ଟ କରାଇନେବାକୁ କହିଛନ୍ତି।

ନିକଟରେ ଶ୍ରୀ ରାଏଙ୍କ କ୍ୟାବିନେଟ ସହକର୍ମୀ ତଥା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି।