ଶେଷ ହେଲା ଦିଲ୍ଲୀ ନିର୍ବାଚନୀ ପ୍ରଚାର, କାଲି ହେବ ମତଦାନ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ନିର୍ବାଚନର ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଯାଇଛି। ଗତକାଲି ସକାଳ ୭ଟା ୩୦ରୁ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁଥିବା ବେଳେ ଏ ନେଇ ପ୍ରତ୍ୟେକ ଦଳ ନିଜର ପ୍ରଚାର କାର୍ଯ୍ୟ ଶେଷ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାର ଗୁରୁବାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ନିଜ ନିଜ କ୍ୟାମ୍ପେନିଂକୁ ଯୋରଦାର କରିଥିଲେ। ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ ।
ଭୋଟରଙ୍କ ମନ ଜିଣିଇବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର ନେତା । ପ୍ରଚାରର ଶେଷଦିନରେ ଆଜି ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଆଜି ଶେଷ ଦିନରେ ଦମ୍‌ଦାର ପ୍ରଚାର ଚାଲିଥିଲା । ଦିଲ୍ଲୀର ରାସ୍ତା, ଗଳିକନ୍ଦିରେ ଦଳୀୟ ନେତାମାନଙ୍କର ଭିଡ ଲାଗିଥିଲା । କେଉଁଠି ରୋଡ ଶୋ ତ ଆଉ କେଉଁଠି ଭିଡ ଜମିଥିବାର ଦେଖିବାକୁ ମିଳିଛି ।

ଦିଲ୍ଲୀର ଏହି ନିର୍ବାଚନୀ ପ୍ରଚାରରେ ଅଭିନେତା ବା ବିଜେପି ସାଂସଦ ସନି ଦେଓଲଙ୍କୁ ପ୍ରଚାର କରିବାର ଦେଖାଯାଇଥିଲା । ସନି ଦେଓଲ ଉତ୍ତମ ନଗର ବିଧାନସଭା ଅଞ୍ଚଳ ପାଇଁ ବିଜେପି ପାର୍ଥିଙ୍କ ପାଇଁ ରୋଡ ଶୋ କରିଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ପାର୍ଟି ପାଇଁ ପ୍ରଚାରରେ ଲଗାତର ଲାଗିଛନ୍ତି । ଆଜି ଶେଷ ଦିନରେ ଅମିତ ଶାହଙ୍କ ସହ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ୱାନ ଓ ମନୋଜ ତିଓ୍ୱାରୀ ମଧ୍ୟ ନଜର ଆସିଥିଲେ । ସେହିପରି କେଜରିଓ୍ୱାଲ ମଧ୍ୟ ଲଗାତର ରୋଡ ଶୋରେ ଲାଗିଛନ୍ତି । ଆଜି ସେ ଶେଷ ଦିନରେ ମଧ୍ୟ ପ୍ରଚାରେ ଲାଗିଥିଲେ କେଜରିଓ୍ୱାଲ ।

ଏପଟେ ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସାମିଲ ହୋଇ ପ୍ରଚାର କରିଛନ୍ତି । ଶୋଭାଯାତ୍ରା ଓ ଡୋରୁ ଟୁ ଡୋର କ୍ୟାମ୍ପେନକୁ ସବୁ ପାର୍ଟି ଜୋରଦାର କରିଛନ୍ତି । ଦିଲ୍ଲୀରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବା ବେଳେ ବିଜେପିବି ଆପକୁ ଟକ୍କର ଦେବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଏଥର ନିର୍ବାଚନରେ କିଏ କାହାକୁ ମାତ ଦେବ ଓ ଦିଲ୍ଲୀ ସିଂହାସନରେ କିଏ ବସିବ ତାହା ୧୧ତାରିଖ ଫଳାଫଳ ବାହାରିବା ପରେ ଜଣାପଡ଼ିବ ।