ପରିବାର ସହ ଟିକା ନେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଆଜି ତାଙ୍କ ପରିବାର ସହ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ  ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କୁ ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ଲକଡାଉନ ସମାଧାନ ନୁହେଁ କେବଳ ମାସ୍କ ଓ ଟିକାକରଣ ଦ୍ୱାରା ବଢ଼ୁଥିବା ଚେନକୁ ରୋକାଯାଇ ପାରିବ।

କରୋନା ସଙ୍କଟ କାଳରେ  ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଡାକ୍ତର ଓ ବୈଜ୍ଞାନିକଙ୍କୁ ଉପମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। କରୋନା ନିୟମକୁ ପାଳନ କରି  ୪୫ ବର୍ଷରୁ ଊର୍ଦ୍ଧ୍ୱ  ସମସ୍ତଙ୍କୁ କରୋନା ଟିକା ନେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଏଥିସହିତ ଦିଲ୍ଲୀରେ ଭ୍ୟାକ୍ସିନ ଯୋଗାଣକୁ ବଢ଼ାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।