ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ ମିଳିବା ପରେ ଦିଲ୍ଲୀ ପୁଲିସକୁ ନୋଟିସ ପଠାଇଲା ମହିଳା ଆୟୋଗ

ନୂଆଦିଲ୍ଲୀ: ଟି-ଟ୍ୱୋଣ୍ଟି ୱାର୍ଲ୍ଡକପରେ ପାକିସ୍ତାନଠାରୁ ଭାରତ ହାରିବା ପରେ ଅଧିନାୟକ ବିରାଟ କୋହଲୀଙ୍କ ଝିଅକୁ ଟ୍ୱିଟରରେ ଦୁଷ୍କର୍ମ ଧମକ ମିଳିଥିଲା। ଏହାକୁ କେନ୍ଦ୍ର କରି ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛି। ଏନେଇ ଦିଲ୍ଲୀ ମହିଳା ଆୟୋଗ ଟ୍ୱିଟ୍ କରି ସୂଚନା ଦେବା ସହ ଘଟଣାକୁ ଲଜ୍ଜାଜନକ କହିଛନ୍ତି। ଏଥିସହିତ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ପାଇଁ ସ୍ୱାତୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ପାକିସ୍ତାନଠାରୁ ହାରିବା ପରେ ମହମ୍ମଦ ଶାମିଙ୍କୁ ଟ୍ରୋଲ କରାଯାଇଥିଲା। ଶାମିଙ୍କ ପରେ ଏବେ ବିରାଟ କୋହଲୀ ଓ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି। ଟ୍ୱିଟରରେ ଏକ ଅଜଣା ଆକାଉଣ୍ଟରୁ ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ ମିଳିଥିଲା। ଏହି ଟ୍ୱିଟ୍ କିଏ କରିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏବେ ଏହି ଆକାଉଣ୍ଟକୁ ଡିଲିଟ କରି ଦିଆଯାଇଥିବା ଜଣାପଡ଼ିଛି।