ଦିଶା ସାଲିୟାନଙ୍କ ମୃତ୍ୟୁ ହତ୍ୟା ନଥିଲା: ସିବିଆଇ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁକୁ ନେଇ ସିବିଆଇ ନିଷ୍କର୍ସରେ ପହଞ୍ଚିଛି । ସିବିଆଇ ରିପୋର୍ଟ ମୁତାବକ, ଦିଶାଙ୍କ ମୃତ୍ୟୁ ଆକସ୍ମିକ ଭାବେ ହୋଇଥିଲା । ନିଶା ଅବସ୍ଥାରେ ସନ୍ତୁଳନ ହରାଇ ଦିଶା ଛାତରୁ ଖସି ପଡ଼ିଥିବା ସିବିଆଇ କହିଛି ।

ସୂଚନାଯୋଗ୍ୟ, ଦିଶା ସାଲିୟାନ ୨୦୨୦ରେ ମୁମ୍ବାଇର ମଲାଡସ୍ଥିତ ୧୨ତାଲା ଫ୍ଲାଟରୁ ଖସି ପ୍ରାଣ ହରାଇଥିଲେ । ସେସମୟରେ ଦିଶାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ଏକ ହତ୍ୟା ବୋଲି କୁହାଯାଉଥିଲା । କିନ୍ତୁ ପୁଲିସ ଯାଞ୍ଚ ପରେ ଦିଶା ଆତ୍ମହତ୍ୟା କରିଥିବା କହି ମାମଲା ବନ୍ଦ କରିଦେଇଥିଲା । ପରେ ସିବିଆଇ ଦିଶାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଏକ ମାମଲା ଦାୟର କରିନଥିଲା । ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲୁଥିବା ଯାଞ୍ଚରେ ଯୋଡ଼ି ଦେଇଥିଲା ।