ବାଚସ୍ପତିଙ୍କ ପୋଡିୟମକୁ ଡାଲ ମାଡ଼, ୨ ବିଧାୟକ ସସପେଣ୍ଡ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକ ଡାଲି ମାଡ଼ କରିଛନ୍ତି । ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ଏଥିରେ ସାମିଲ ରହିଛନ୍ତି । ଗୃହ ମଧ୍ୟ ଭାଗରେ ପ୍ରଥମେ ହୋହଲ୍ଲା ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ । ଏହାକୁ ଆଧାର କରି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସପେଣ୍ଡ ହୋଇଛନ୍ତି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ବାଚସ୍ପତି ସସପେଣ୍ଡ କରିଛନ୍ତି ।