ଗୋଆ,ରାଜସ୍ଥାନ ଓ କର୍ଣ୍ଣାଟକରେ ୧୫ ଦିନିଆ କର୍ଫ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଗୋଆରେ ୧୫ ଦିନିଆ କର୍ଫ୍ୟୁ ଘୋଷଣା କରିଛନ୍ତି ଗୋଆ ସରକାର। ଏହି କର୍ଫ୍ୟୁ ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ୧୫ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନଗୁଡ଼ିକ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହାବ୍ୟତୀତ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଖାଦ୍ୟ ବିତରଣକୁ ଅନୁମତି ଦିଆଯିବ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଲକଡାଉନ ବିଷୟରେ ଚିନ୍ତା କରୁଥିବା ନେଇ ଖବର ଆସିବାର ଗୋଟେ ଦିନ ପରେ ଆଜି ଗୋଆରେ ୧୫ ଦିନ କର୍ଫ୍ୟୁ ଜାରି ହେବ ବୋଲି ସରକାର ଘୋଷଣା କରିଛନ୍ତି।

ଗୁରୁବାର ଦିନ ଗୋଆରେ ସର୍ବାଧିକ ୩,୮୬୯ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। ନୂତନ ସଂକ୍ରମିତଙ୍କୁ ମିଶାଇ ଗୋଆରେ ଏବେ ମୋଟ ୧,୦୮,୨୬୭ ସଂକ୍ରମିତ ରହିଛନ୍ତି। ୩,୮୬୯ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ସହ ୫୮ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୦୧ରେ ପହଞ୍ଚିଛି। ଦେଶ କରୋନାର ତୃତୀୟ ଲହରକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ୍ ରହିବା ଆବଶ୍ୟକ ବୋଲି ଗୁରୁବାରକୁ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। କରେନାର ତୃତୀୟ ଲହର ମହିଳା ତଥା ଶିଶୁମାନଙ୍କ ପାଇଁ ଅଧିକ କ୍ଷତି କରିବ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ। କର୍ଣ୍ଣାଟକ ସରକାର ମଧ୍ୟ ସାରା ରାଜ୍ୟରେ ମେ ୧୦ରୁ ୨୪ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସକାଳ ୧୦ ପରଠାରୁ କାହାରିକୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପା କହିଛନ୍ତି। ନିୟମ ପାଳନ ନକରିବା କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ରାଜ୍ୟ ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।