ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନାର ମାମଲାରେ ସୁଧାର ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ପ୍ରତିଷ୍ଠିତ ବୈଜ୍ଞାନିକ, ଉଦ୍ୟୋଗପତି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି କି, ଆଜି ଭାରତ କୃଷିରୁ ଆଷ୍ଟ୍ରୋନୋମି ପର୍ଯ୍ୟନ୍ତ, ବିପର୍ଯ୍ୟୟ ପରିଚାଳନାଠୁ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଟିକାଠୁ ଭର୍ଚ୍ଚୁଆଲ ସତ୍ୟ ପର୍ଯ୍ୟନ୍ତ ସମସ୍ତ ଦିଗରେ ଆତ୍ମନିର୍ଭର ଓ ସଶକ୍ତ ହେବାକୁ ଚାହୁଁଛି। ଏଥିସହିତ ସେ କହିଛନ୍ତି କି କରୋନା ଯୋଗୁଁ ଗତି ମନ୍ଥର ହୋଇଥିଲେ ସୁଦ୍ଧା ଆଜି ବି ଆମର ଶପଥ ରହିଛି- ଆତ୍ମନିର୍ଭର ଭାରତ, ସଶକ୍ତ ଭାରତ। ଏହି କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ କରୋନ ମହାମାରୀ ଲଢ଼େଇରେ ସିଏସଆଇଅରର ଯୋଗଦାନକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ବୈଜ୍ଞାନିକମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଛନ୍ତି।