ସ୍ତ୍ରୀ-ପୁଅ-ଝିଅଙ୍କ ସମେତ ୪ ଜଣଙ୍କୁ ନୃଶଂସ ହତ୍ୟା, ଦୁର୍ଗନ୍ଧ ଆସିବାରୁ ହେଲା ଖୁଲାସା

ଅହମ୍ମଦାବାଦ୍‌,ଏଜେନ୍ସି: ଗୁଜରାଟର ଅହମ୍ମଦାବାଦ୍‌ରେ ଗୋଟିଏ ପରିବାରର ୪ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ପୁଲିସ ଆଶା କରୁଛି ଯେ, ପାରିବାରିକ କହଳ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ। ତେବେ ପୁଲିସ ସନ୍ଦେହରେ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି।

ଅହମ୍ମଦାବାଦ୍‌ର ଓଢ଼ପ ଅଞ୍ଚଳରେ ଦିବ୍ୟପ୍ରଭା ସୋସାଇଟିରେ ଏକ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ସ୍ଥାନୀୟ ନାଗରିକ ଏସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘରର ତାଲାଭାଙ୍ଗି ଦେଖିଲା ବେଳକୁ ଭିନ୍ନ ଭିନ୍ନ କୋଠାରୀରେ ୪ଟି ମୃତଦେହ ପଡ଼ିରିହଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ୪ ଦିନ ପୂର୍ବରୁ ଏହି ହତ୍ୟା କରାଯାଇଛି। ପୁଲିସ ଆଶାକରୁଛି ଯେ, ପାରିବାରିକ କଳହ ଯୋଗୁଁ ପରିବାରର ମୁଖ୍ୟ ବିନୋଦ ମରାଠୀ ନିଜ ପତ୍ନୀ ସୋନଲ ମରାଠୀ, ଝିଅ ପ୍ରଗତି, ପୁଅ ଗଣେଶ ଓ ଶାଶୁ ସୁଭଦ୍ରାଙ୍କୁ ହତ୍ୟା କରିଛି।

ତେବେ ବିନୋଦ ମରାଠୀ ଫେରାର ଥିବାରୁ ପୁଲିସ ତା’ ଉପରେ ସନ୍ଦେହ କରିବା ସ୍ୱାଭାବିକ। ପୁଲିସର ଏକ ଟିମ୍ ସନ୍ଦିଗ୍ଧକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ ଶବ ପଞ୍ଚନାମା କରି ପୋଷ୍ଟମର୍ଟମ କରିବାକୁ ପଠାଇଛି।