କ୍ରିକେଟ ଓ ରାଜନୀତିରେ କୌଣସି ମୂହୁର୍ତ୍ତରେ ବାଜି ପଲଟି ପାରେ: ନିତିନ ଗଡ଼କରୀ

ମୁମ୍ବାଇ,ଏଜେନ୍ସି: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ଘଟଣାକୁ ନେଇ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି କ୍ରିକେଟ ଓ ରାଜନୀତିରେ କିଛି ବି ସମ୍ଭବ, କେତେ ବେଳେ କ’ଣ ହେବ ତାହା କେହି ଅନୁମାନ କରିପାରିବେ ନାହିିଁ। ସେ କହିଛନ୍ତି ଯେ ରାଜନୀତି ଓ କ୍ରିକେଟରେ କେତେବେଳେ ବାଜି ଓଲଟିଯିବ ଜଣାପଡେ ନାହିଁ।

କେନ୍ଦ୍ର ମନ୍ତ୍ରୀଙ୍କୁ ଉପସ୍ଥିତ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଯଦି ବିନା ବିଜେପି ସରକାର ମହାରାଷ୍ଟ୍ରରେ ହୁଏ ତେବେ ମୁମ୍ବାଇରେ ଜାରି ରହିଥିବା ଯୋଜନା ଗୁଡିକ କଣ ହେବ। ଏହାର ଜବାବରେ ଗଡ଼କରୀ କହିଥିଲେ ଯେ ସରକାର ବଦଳେ, କିନ୍ତୁ ଯୋଜନା ଜାରି ରହିଥାଏ।

ସରକାର ଯାହାର ବି ହେଉ ଆମେ ସକାରାତ୍ମକ ନୀତିର ସମର୍ଥନ କରିବୁ। ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବହୁମତ ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଗଠବନ୍ଧନ ଭାଙ୍ଗିଯାଇଛି।