ମହିଳା ଏସପିଓଙ୍କୁ ଦିଆଗଲା ଗିରଫ କ୍ଷମତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଲିସ କମିଶନରେଟ୍ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ପୁଲିସ୍ ମୁଖିଆମାନେ ଆଜି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ୨୫୦ରୁ ଅଧିକ ସାଧାରଣ ମହିଳାଙ୍କୁ ନେଇ ଗଠିତ ଏସପିଓ ଟିମଙ୍କୁ ଆଜି ମିଳିଛି ପୁଲିସଙ୍କ ପରି କ୍ଷମତା। ବୃଦ୍ଧି ପାଉତିବା ନାରୀ ନିର୍ଯାତନା ତଥା ମହିଳା ସୁରକ୍ଷାକୁ ନେଇ ବିଭିନ୍ନ ଅନୁଷ୍ଠାନର ୨୫୦ ଜଣ ଯୁବତୀ ଏହି ଟିମ୍ ରେ ଯୋଗ ଦେଇଛନ୍ତି। ଏଥିରେ କଲେଜ, କଲ ସେଣ୍ଟର ଓ ଆଇଟି ସେଣ୍ଟରର ଯୁବତୀମାନେ। ଏମାନଙ୍କୁ ଟି-ସାର୍ଟ ପ୍ରଦାନ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ଏମାନଙ୍କୁ ୩ ମାସ ପାଇଁ ନିଯୁକ୍ତି ଦିଆଯିବ ଓ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯିବ। ପରେ କାର୍ଯ୍ୟକାଳ ବୃଦ୍ଧି କରାଯିବ। ଆବଶ୍ୟକ ପଡ଼ିଲେ ଏସପିଓମାନେ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିବେ ବୋଲି ଭୁବନେଶ୍ୱର ଡିସିପି ସୁଧାଂଶୁ ଷଡ଼ଙ୍ଗୀ ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି।