ପୁଣି ବଢିଲା କରୋନା ସଂକ୍ରମଣ, ରାଜ୍ୟରେ ଚିହ୍ନଟ ହେଲେ ଆଉ ୩,୩୭୧ ଜଣ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି କରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ଦୈନିକ ସଂକ୍ରମଣ। ଟ୍ବିନସିଟିରେ ସଂକ୍ରମଣ ପୁଣି ଅଧିକ ରହିଥିବା ଜଣାପଡିଛି। ଆଜି ରାଜ୍ୟରୁ ୩,୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।

ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧.୯୨୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧,୪୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୮, ବରଗଡରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮, ଦେବଗଡରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡାରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୩୦, କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁରରୁ ୩୪, ନୟାଗଡ଼ରୁ ୧୩୫, ନୂଆପଡାରୁ ୮, ପୁରୀରୁ ୧୯୩, ରାୟଗଡାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ସୁନ୍ଦରଗଡରୁ ୭୨ ଓ ଷ୍ଟେଟପୁଲରୁ ୯୨ ଜଣ ପଜିଟିଭ ରହିଛନ୍ତି।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୦୯ ହଜାର ୮୦୦କୁ ବୃଦ୍ଧି ପାଇଛି। ସେହିପରି ୮ ଲକ୍ଷ ୭୪ ହଜାର ୩୦୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩୧ ହଜାର ୪୨୨ ଜଣ ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି।