ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ। ବରିଷ୍ଠ ନାଗରିକଙ୍କ ପରେ ଏବେ ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ସହଜ କରିବାକୁ ପଦକ୍ଷେପ ନେଉଛି ବିଏମସି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ପାଇଁ ଘରକୁ ଘର ଯିବେ ବିଏମସି ଟେଷ୍ଟିଂ ଟିମ। ଗର୍ଭବତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା ହାତକୁ ନିଆଯାଇଛି।

କୋଭିଡ ନମୁନା ସଂଗ୍ରହ କରିବ ଏହି ଭ୍ୟାନ। କୋଭିଡ ଟେଷ୍ଟ ପାଇଁ ଭୁବନେଶ୍ୱରରେ ଗର୍ଭବତୀ ୧୯୨୯ ନମ୍ବରରେ ଫୋନ କରିବେ। ସକାଳ ୮ଟାରୁ ୧୧ଟା ମଧ୍ୟରେ ଏହି କଲ କରିବେ ଗର୍ଭବତୀ। ୧୯୨୯କୁ କଲ କରି ବୁକ କରିବାର ପରଦିନ କୋଭିଡ ଟେଷ୍ଟିଂ ଭ୍ୟାନ ଗର୍ଭବତୀଙ୍କ ନମୁନା ସଂଗ୍ରହ ପାଇଁ ପହଞ୍ଚିବ। ଏହାକୁ ନେଇ ବିଏମସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଟେଷ୍ଟିଂ ଭ୍ୟାନରେ ଦୈନିକ ୩୦୦ ଟେଷ୍ଟ କରାଯିବ। ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୮ଟି ଟେଷ୍ଟିଂ ସେଣ୍ଟରରେ କୋଭିଡ ଟେଷ୍ଟ କରାଯାଉଛି। ସମସ୍ତ ୨୮ଟି କେନ୍ଦ୍ରରେ ଟିକାକରଣ ଜାରି ରହିଛି।