ମୌସୁମୀ ଅଧିବେଶନ ପାଇଁ ଆରମ୍ଭ ହେଲା କୋଭିଡ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ। ଏହା ପୂର୍ବରୁ ବିଧାନସଭାରେ ଆରମ୍ଭ ହେଲା କୋଭିଡ ଟେଷ୍ଟ ସହିତ ଆଣ୍ଟିବଡି ଟେଷ୍ଟ। ଅଧିବେଶନରେ ଉପସ୍ଥିତ ହେବାକୁ ଥିବା ସମସ୍ତ ବିଧାୟକ, ସରକାରୀ ଅଧିକାରୀ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ତେଣୁ ଆଜି(ରବିବାର) ଠାରୁ ୩ ଦିନିଆ କୋଭିଡ ଓ ଆଣ୍ଟିବଡି ଟେଷ୍ଟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସର କୋଭିଡ ଗାଇଡଲାଇନ ଜାରି କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ କୋରୋନା ଟେଷ୍ଟ ପାଇଁ ଚିଠି କରାଯାଇଥିଲା। ସବୁ ବିଧାନସଭା ସଦସ୍ୟଙ୍କ ଜଞଚଉଜ ଓ ଆଣ୍ଟିବଡ଼ି ଟେଷ୍ଟ କରାଯିବ। ୨୯ ରୁ ୩୧ ତାରିଖ ଯାଏଁ ୨ଟି ଯାକ ଟେଷ୍ଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବାଚସ୍ପତି କହିଛନ୍ତି। ଏଥିପାଇଁ ସମସ୍ତ ବିଧାନସଭା ସଦସ୍ୟଙ୍କ ଜଞଚଉଜ ଓ ଆଣ୍ଟିବଡ଼ି ଟେଷ୍ଟ କରିବାକୁ ଆରଏମଆରସି ନିର୍ଦ୍ଦେଶିକା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।