ବାହାଘର ପୂର୍ବରୁ ପରିବାର ଲୋକଙ୍କ କରାଯିବ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ମିଳିବନି ଅନୁମତି

ଗଞ୍ଜାମ,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୫୯ ଚିହ୍ନଟ ହୋଇଛନ୍ତି। ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୂଆ ଗାଇଡଲାଇନ ଜାରି କରିଛନ୍ତି।

ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ। କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହରେ ସାମିଲ ହେବା ପାଇଁ ତାଙ୍କୁ ଅନୁମତି ମିଳିବ ନାହିଁ। ଏବେ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ ଅନୁମତି ଦିଆଯାଇଛି। ତାଠୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ। ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ଆଣିବା ବେଳେ କେଉଁମାନେ ବିବାହରେ ସାମିଲ ହେବେ ସେମାନଙ୍କ ତାଲିକା ଦେବେ ଆୟୋଜକ। ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି।