ଆଫଗାନିସ୍ତାନ ସୁରକ୍ଷା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ନେବେ ଭାରତୀୟ କୋଭିଡ-୧୯ ଟିକା

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନ ରବିବାର ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ ଟିକାର ୫ ଲକ୍ଷ ଡୋଜ ଗ୍ରହଣ କରିଛି। ଏହି ଟିକା ଆଫଗାନିସ୍ତାନର ସୁରକ୍ଷା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ। ଗତକାଲି ଭାରତରୁ ଏୟାର ଇଣ୍ଡିଆ ବିମାନରେ କୋଭିଡ-୧୯ ଟିକା ରପ୍ତାନି କରାଯାଇଥିଲା। ଭାରତ ତରଫରୁ ରଘୁରାମ ଏସ୍ ଏହି ଟିକାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ୱିହୀଦ ମାଜରୋଙ୍କୁ ହସ୍ତାନ୍ତର କରିଥିଲେ।

ଏହା ପୂର୍ବରୁ ମଧ୍ୟ ଭାରତ ନିଜର ମାନବିକତା ଗୁଣ ଦେଖାଇଛି। କୋଭିଡ-୧୯ ସଂକଟ ସମୟରେ ଭାରତ ୨୦୨୦ ମସିହାରେ ଆଫଗାନିସ୍ତାନକୁ ୭୫ ହଜାର ମିଲିୟନ ଟନ ଗହମ ପଠାଇଥିଲା। ପାକିସ୍ତାନ ବ୍ୟତୀତ ଭାରତ ନିଜର ସମସ୍ତ ପଡୋଶୀ ଦେଶକୁ କରୋନା ଟିକା ପଠାଇଛି। ନେପାଲ, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନ ନିଜର ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଦେଶଗୁଡ଼ିକୁ ଭାରତ ନିକଟରେ ଟିକା ଯୋଗାଇ ଦେଇଥିଲା। ଏହା ପୂର୍ବରୁ ଭାରତ ୧୫ଟି ଦେଶକୁ କରୋନା ଟିକା ପଠାଇ ସାରିଛି। ଏହି ତାଲିକାରେ ଭୁଟାନ, ମାଳଦୀପ, ବାଂଲାଦେଶ, ନେପାଳ, ମିଆଁମାର, ମରିସସ, ସିୟାଚିନ, ଶ୍ରୀଲଙ୍କା, ୟୁଏଇ, ବ୍ରାଜିଲ, ମୋରୋକୋ, ବାହାରିନ, ଓମାନ, ଇଜିପ୍ଟ ଓ ଦକ୍ଷିଣ ଆଫ୍ରିକା।