କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାରେ ହୋଇପାରେ ବିଳମ୍ବ

  • ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେବାକୁ ଆହୁରି ବିଳମ୍ବ ହେବ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଡବ୍ଲ୍ୟୁଏଚଓ ଟିକା ସମ୍ପର୍କିତ ଆଉ କିଛି ପ୍ରଶ୍ନ କରିଛି। ଯାହାର ଉତ୍ତର କମ୍ପାନୀକୁ ଦେବାକୁ ପଡ଼ିବ। ଡବ୍ଲ୍ୟୁଏଚଓ ଏପରି ଆଚରଣ ଯୋଗୀ ଭାରତୀୟ ନାଗରିକ ବିଶେଷ କରି ଛାତ୍ରଛାତ୍ରୀଙ୍କ ବିଦେଶ ଯାତ୍ରା ନେଇ ଅଧିକ ପ୍ରଭାବ ପଡ଼ିବ।
  • କୋଭାକ୍ସିନ ଟିକାକୁ ଡବ୍ଲ୍ୟୁଏଚଓ ସ୍ୱୀକୃତି ନଦେଲେ ବିଶ୍ୱରେ ଅଧିକାଂଶ ଦେଶରେ ଏହାକୁ ସ୍ୱୀକୃତିପ୍ରାପ୍ତ ଟିକା ବୋଲି ବିଚାର କରାଯିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ନେଇ ପ୍ରଶ୍ନ କରିବା ପୂର୍ବରୁ ଟିକା ନିର୍ମାତା କମ୍ପାନୀ ସମସ୍ତ ତଥ୍ୟ ଦେଇଥିବା କହିଥିଲା। ହେଲେ ଏବେ ପୁଣି ପ୍ରଶ୍ନ ଆସିବାରୁ ସଂସ୍ଥା ଚିନ୍ତାରେ ପଡ଼ିଛି।
  • ଗତ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଥିଲେ, ମଞ୍ଜୁରି ପାଇଁ ତଥ୍ୟ ଦେବା ଏକ ପ୍ରକ୍ରିୟା ହୋଇଥାଏ। କୋଭାକ୍ସିନକୁ ଡବ୍ଲ୍ୟୁଏଚଓଠାରୁ ଖୁବଶୀଘ୍ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯିବ। ମନ୍ତ୍ରୀଙ୍କ ପୂର୍ବରୁ ନାସନାଲ ଏକ୍ସପର୍ଟ ଗ୍ରୁପର ଭି.କେ ପଲ୍ ବି ଚଳିତ ମାସ ଶେଷ ସୁଦ୍ଧା ମଞ୍ଜୁରି ମିଳିବା ନେଇ ସୂଚନା ଦେଇଥିଲେ।