ଡେଲ୍ଟା ପ୍ଲସ ଭେରିଆଣ୍ଟ ବିରୋଧରେ କୋଭାକ୍ସିନ ପ୍ରଭାବୀ : ଆଇସିଏମଆର

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଭାରତରେ ଏହାକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଇସିଏମଆରର ଏକ ରିସୋର୍ଚ୍ଚରେ ଜଣାପଡ଼ିଛି କି, ଡେଲ୍ଟା ପ୍ଲସ ଭେରିଆଣ୍ଟ ବିରୋଧରେ ଲଢ଼ିବା ପାଇଁ ସ୍ୱଦେଶ ଭ୍ୟାକ୍ସିନ କୋଭାକ୍ସିନ ବେଶ୍ ପ୍ରଭାବୀ।

ସୂଚନାଯୋଗ୍ୟ, ବିଦେଶରେ କୋଭାକ୍ସିନ ଭ୍ୟାକ୍ସିନକୁ ପରିଚିତ କରାଇବା ପାଇଁ ବାଲଂଦେଶରେ କ୍ଲିନିକାଲ ଟ୍ରାଏଲ କରିବା ଲାଗି ଭାରତ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜୀ ଓ ଭାରତ ବାୟୋଟେକର ଏକ ଅଧିକାରୀକ ଏକ ଟିମକୁ ବାଂଲାଦେଶ ପଠାଇଛି। ଏହାଦ୍ୱାରା ବାଂଲାଦେଶ ଅଧିକାରୀଙ୍କ ସହ ଏହି ପ୍ରସ୍ତାବରେ ଆଲୋଚନା କରିହେବ।