କୋଭାକ୍ସିନ ୭୭. ୮ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଭ୍ୟାକ୍ସିନ ‘କୋଭାକ୍ସିନ’ ୭୭.୮ ପ୍ରତିଶତ ଫଳପ୍ରଦ। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଏକ୍ସପୋର୍ଟ କମିଟିର ସମୀକ୍ଷା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। କୋଭାକ୍ସିନ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ ନିକଟରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ତଥ୍ୟ ଡିସିଜିଆଇକୁ ପ୍ରଦାନ କରିଥିଲା। ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ କୋଭାକ୍ସିନ ସାମାନ୍ୟ ଓ ଗମ୍ଭୀର କରୋନା ମାମଲାରେ ୭୮ ପ୍ରତିଶତ ଫଳପ୍ରଦ ବୋଲି ଭାରତ ବାୟୋଟେକ୍ ଚଳିତ ବର୍ଷ ଏପ୍ରିଲରେ ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲର ତଥ୍ୟ ଆଧାରରେ ଜାନୁଆରୀରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲା। କୋଭାକ୍ସିନ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ କରୁଥିବାରୁ ଏହା ତୁଳନାରେ କୋଭିସିଲ୍ଡ ଅଧିକ ଆଣ୍ଟିବଡି ତିଆରି କରୁଥିବା ମଧ୍ୟ ଦାବି କରାଯାଇଥିଲା।