ଏଏସଓ ରେଜଲ୍ଟ ଉପରେ କୋର୍ଟଙ୍କ ରାୟ

କଟକ,ଏନ୍‌ଏନ୍‌ଏସ୍‌: ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କମ୍ପ୍ୟୁଟର ଟେଷ୍ଟ କଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଯାଇଛି । ଏଥିସହିତ କୋର୍ଟଙ୍କ ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବନି ବୋଲି ନିର୍ଦ୍ଦେଶ ରହିଛି ।