ଦେଶରେ ଡିସେମ୍ବର ସୁଦ୍ଧା ୨୫୭ କୋଟି ଟିକା ଉତ୍ପାଦନର ଲକ୍ଷ୍ୟ: ନଡ୍ଡା

ନୂଆଦିଲ୍ଲୀ: ଦେଶରେ ଟିକା ଉତ୍ପାଦନକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ବଡ଼ ବୟାନ ଦେଇଛନ୍ତି। ନଡ୍ଡାଙ୍କ କହିବା ମୁତାବକ, ଭାରତରେ ଡିିସେମ୍ବର ସୁଦ୍ଧା ୨୫୭ କୋଟି ଟିକା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ସେହି ଧାରାରେ ଜୁନରେ ୧୦, ଜୁଲାଇରେ ୧୭, ଅଗଷ୍ଟରେ ୧୯, ସେପ୍ଟେମ୍ବରରେ ୪୨, ନଭେମ୍ବରରେ ୫୬ ଓ ଡିସେମ୍ବରରେ ୫୯ କୋଟି ଉତ୍ପାଦନର ଲକ୍ଷ୍ୟ ରହିଛି। ତେଣୁ ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ ଟିକାକରଣ କରାଯିବ।

ସୂଚନାଯୋଗ୍ୟ, ଜେପି ନଡ୍ଡା ଆଜି ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲର ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ନଡ୍ଡାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ଥିଲେ।