ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବେ। ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଏହି ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା।

କିନ୍ତୁ ମାନବ ସମାଜ ଏହାକୁ ଦେଖିପାରିନଥିଲେ। ବୃହସ୍ପତି, ସୂର୍ୟ୍ୟକୁ ପରିକ୍ରମା କରିବାକୁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ ବର୍ଷ ନେଇଥାଏ। ତେଣୁ ପ୍ରତି ୧୯.୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରିଥାଏ। ଏହି ସମୟରେ ଗ୍ରହ ଦୁଇଟି ଅତି ପାଖାପାଖି ନଜର ଆସିଥାଏ। ଧୀର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବା ଘଟଣାକୁ ମହାମିଳନ ବୋଲି କୁହାଯାଉଛି।