ହୁବାଇ: ଚୀନରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା। ଗତକାଲି ଚୀନର ହୁବାଇ ପ୍ରଦେଶରେ ଏହି ଭୂତାଣୁ ସଂକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ହୁବେଇ ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୧ହଜାର ୯୩୩ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ସମଗ୍ର ଚୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାଯାଇଛି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର। ଇତିମଧ୍ୟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚି ଏହି ମହାମାରୀକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈଠକ ଆରମ୍ଭ କରିଛନ୍ତି। ନୋଭେଲ କରୋନା ଭୂତାଣୁ କୋଭିଡ୍-୧୯ର ସଂକ୍ରମଣ ବିରୁଦ୍ଧରେ ଲଢ଼େଇ କରିବାକୁ ଚୀନ ସରକାର ଓ ଚୀନବାସୀଙ୍କ ସହିତ ଭାରତ ରହିଛି ବୋଲି କହିଛି।