ନୂଆଦିଲ୍ଲୀ : ସାରା ବିଶ୍ୱରେ ଭୟ ଏବଂ ଆତଙ୍କ ଖେଳାଇଥିବା କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ସାରା ବିଶ୍ୱର ଚିନ୍ତାରେ କାରଣ ପାଲଟିଥିବା କରୋନ ଭାରତରେ ମଧ୍ୟ ତାର କାୟା ବିସ୍ତାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨ଟି ନୂଆ କରୋନ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି । ନୂଆ ୧୨ ସଂକ୍ରମିତଙ୍କୁ ଲଗାଇ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କେରଳରେ ଆଠଟି, ଦିଲ୍ଲୀ ଏବଂ ରାଜସ୍ଥାନରେ ଆଠଟି ନୂଆ ମାମଲା ଗ୍ରହଣ କରାଯାଇଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଦୁଇଟି ନୂଆ ମାମଲା ସହିତ ରାଜ୍ୟରେ ମୋଟ ୧୦ ଟି ମାମଲା ନିଶ୍ଚିତ କରିଛନ୍ତି । କରୋନକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶର ସମସ୍ତ ପର୍ଯ୍ୟଟନ ଭିସାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନ ମହାମାରୀ ବିସ୍ତାରକୁ ରୋକିବା ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟନ ଭିସାକୁ ସ୍ଥଗିତ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।