କରୋନା ଭାଇରସ୍ : ୪ ରକ୍ତ ନମୂନା ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ନଭେଲ କରୋନା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିଙ୍କର ଯେଉଁ ୫ଟି ସ୍ୱାବ୍ ଓ ରକ୍ତ ନମୁନା ପୁନେ ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିଲା ସେଥି ମଧ୍ୟରୁ ୪ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଅନ୍ୟ ପକ୍ଷରେ ଉହାନ୍ ୟୁନିଭରସିଟିରୁ ଫେରିଥିବା ଜନୈକା ଓଡ଼ିଶାର ଛାତ୍ରୀ ଓ ତାଙ୍କର ସ୍ୱାମୀଙ୍କୁ ସନ୍ଦେହ ତାଲିକାଭୁକ୍ତ କରି ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ଆଇସୋଲେ ସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଆର ମ୍ଭ କରାଯାଇଛି । ଏ ଦିଗରେ ସତର୍କ ଦୃଷ୍ଟିର ଖାଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟକ୍ତିବିଶେଷ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବିଭିନ୍ନ କର୍ମସଂସ୍ଥାନମାନଙ୍କୁ ୨୦୨୦ ମସିହା ଜାନୁଆରୀ ୧୫ ତାରିଖ ପରେ ଚୀନ୍‌, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁର ଆସି ଦେଶରୁ ଫେରିଥିବା ବ୍ୟକ୍ତିମାନଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର କଣ୍ଟ୍ରୋଲ୍ ରୁମ୍‌କୁ ୦୬୭୪-୨୩୯୦୪୬୬/ ୯୪୩୯୯୯୪୮୫୭/ ୯୪୩୭୦୪୦୫୬୪ ଏହି ନମ୍ବରରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଆକ୍ରାନ୍ତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ନାମ, ଠିକଣା ଓ ବ୍ୟକ୍ତିଗତ ତଥ୍ୟକୁ ଗୋପନ ରଖାଯିବ । ଏହି ସୂଚନା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି।