ଅହମ୍ମଦାବାଦ: ଦେଶରେ କରୋନା ମହାମାରୀ ବିରୋଧରେ ଭ୍ୟାକ୍ସିନ ଅଭିଯାନ ଜୋରଦାର ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୁଜରାଟ ସରକାର ଏଦିଗରେ ବିଶେଷ ଧ୍ୟାନ ଦେବାକୁ ପଦକ୍ଷେପ ନେଉଛନ୍ତି। ଆଜି ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏଠାକାର ଘରୋଇ ହସ୍ପିଟାଲରେ କରୋନା ଭ୍ୟାକ୍ସିନ ଲାଗି ୨୫୦ ଟଙ୍କା ଭରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କରୋନାର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ବଡ଼ ସହରରେ ଫେବୃଆରୀ ୨୮ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ସୁରଟ, ରାଜକୋଟ, ବଡ଼ଦୋରା, ଜାମନଗର ଓ ଭାବନଗର। ଏହି ସହରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହୋଇଛି।