ରାଜ୍ୟରେ ସୁସ୍ଥହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୩୫୮୫୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଆରୋଗ୍ୟଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୯ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ମଧ୍ୟ ୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୬ଜଣ, ସୁନ୍ଦରଗଡରୁ ୬, ଖୋର୍ଦ୍ଧାରୁ ୫, ବାଲେଶ୍ୱରରୁ ୪, ଗଞ୍ଜାମରୁ ୪, ଗଜପତିରୁ ୩, ଯାଜପୁରରୁ ୩, କଟକରୁ ୨, କେନ୍ଦୁଝରରୁ ୨, ପୁରୀରୁ ୨, ରାୟଗଡାରୁ ୨, ବରଗଡରୁ ୧, ବଲାଙ୍ଗିରରୁ୧ଦେବଗଡରୁ ୧, ନୂଆପଡାରୁ ଜଣେ ସୁସ୍ଥ ହୋଇଛନ୍ତି।