କେନ୍ଦ୍ରାପଡ଼ା ବିଧାୟକଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଶ୍ରୀ ବେହେରା ଟ୍ୱିଟ୍ କରି କହିଛନ୍ତି ଯେ ଆଜି କୋଭିଡ୍ ପରୀକ୍ଷା କରିବା ପରେ ସେ ପଜିଟିଭ ଥିବା ଜାଣିବାକୁ ପାଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ରହିଛି। ଯେଉଁମାନେ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର କୋଭିଡ୍ ପରୀକ୍ଷା କରେଇନେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୯ ଜଣ ବିଧାୟକ, ୬ ଜଣ ମନ୍ତ୍ରୀ ଏବଂ ୩ ଜଣ ସାଂସଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।