ଆଜି ରାଜ୍ୟରେ କରୋନାରେ ସୁସ୍ଥ ହେଲେ ଆଉ ୩,୨୧୭ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଥିବାବେଳେ ସୁସ୍ଥ ସଂଖ୍ୟା ଲୋକଙ୍କୁ କିଛିଟା ଆଶ୍ୱସ୍ତି କରୁଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ରାଜ୍ୟରୁ ୩,୨୧୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧,୧୫,୨୭୯ରେ ପହଞ୍ଚିଛି। ସେହିପରି ୩୦,୯୪୬ ଜଣ ବର୍ତ୍ତମାନ ସକ୍ରିୟ ଅଛନ୍ତି।

ଆଜି ସୁସ୍ଥ ହୋଇଥିବା ୩,୨୧୭ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬୪୭, ମୟୂରଭଞ୍ଜରୁ ୨୮୧, କଟକରୁ ୨୭୫, ବରଗଡ଼ରୁ ୨୧୮, ରାୟଗଡ଼ାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁର ଓ କୋରାପୁଟରୁ ୧୧୨ ଲେଖାଏଁ, ପୁରୀରୁ ୧୦୩, ଝାରସୁଗୁଡ଼ାରୁ ୯୬, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୭୯ ଲେଖାଏଁ, ସମ୍ବଲପୁରରୁ ୭୫, ଅନୁଗୁଳ ଓ ଢ଼େଙ୍କାନାଳରୁ ୬୯ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୯, ଭଦ୍ରକ ଓ ଜଗତସିଂହପୁରରୁ ୫୪ ଲେଖାଏଁ, ସୋନପୁରରୁ ୫୩, ବାଲେଶ୍ୱର, ନୟାଗଡ଼ ଓ ବଲାଙ୍ଗିରରୁ ୪୯ ଲେଖାଏଁ, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭ ଏବଂ ଦେବଗଡ଼ରୁ ୪ ଜଣ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।