ପ୍ରତିଦିନ ୫ହଜାର ଆଣ୍ଟିବଡି ଟେଷ୍ଟ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ମାସରେ ବଢ଼ିବ କରୋନା ପରୀକ୍ଷା। ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ପ୍ରତିଦିନ ୫ହଜାର ଟେଷ୍ଟ ପାଇଁ ଟାର୍ଗେଟ ରଖାଯାଇଛି। ଏସସିବି, ଆରଏମଆରସି, ଆଇଏଲଏସରେ   ଅଧିକ ସଂଖ୍ୟକ ଟେଷ୍ଟ ହେବ।  ସେହିପରି ୭ଟି ମେଡିକାଲ କଲେଜରେ ପ୍ରତିଦିନ ଦେଢ଼ ଶହରୁ ୨ ଶହ ଟେଷ୍ଟ କରାଯିବ। ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ପୁରୀ ଓ କଳାହାଣ୍ଡିରେ ନୂଆ ଟେଷ୍ଟ ଲ୍ୟାବ୍ ହେବ।

ଖୁବ ଶୀଘ୍ର ରାଜ୍ୟରେ ଆଣ୍ଟିବଡି, ଆଣ୍ଟିଜୋନ୍ ଓ ସରୋଲୋଜିକାଲ ସର୍ଭେ ହେବ ସେଥିପାଇଁ ୫୦ ହଜାର କିଟ୍ ଅର୍ଡର କରାଯାଇଛି। ଆସନ୍ତା ସପ୍ତାହରୁ କିଟ୍ ମାଧ୍ୟମରେ ଟେଷ୍ଟ ହେବ। ପୁରୀ, ଗଞ୍ଜାମ, ଗଜପତି, ଭୁବନେଶ୍ୱର ଓ ବଡ଼ମ୍ବା ନରସିଂହପୁରରେ ସରୋଲୋଜିକାଲ ସର୍ଭେ ହେବ। ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇନି। ଲକ୍ଡାଉନ୍ ବଢ଼ାଯିବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କିନ୍ତୁ ଆଗକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ଆଇଏଲଏସ, ନିର୍ଦ୍ଦେଶକ ଡ. ପରିଡ଼ା କହିଛନ୍ତି।