ନୂଆଦିଲ୍ଲୀ: ବିଶ୍ୱର ଅନ୍ୟ ଦେଶ ପରି ପାକିସ୍ତାନରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି। ଏବେ ଏହି ଭାଇରସର ଭୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ହୋଇଥିବା ସୂଚନା ମିଳିଛି। ନିକଟରେ ଫେସଲ ଏଧୀ ନାମକ ଜଣେ ସମାଜସେବୀ ପ୍ରଧାନମନ୍ତ୍ରୀଙ୍କୁ ଇମ୍ରାନଙ୍କୁ ଭେଟିଥିଲେ। ଏହି ସମୟରେ କୋଭିଡ-୧୯ ରିଲିଫ ଫଣ୍ଡ ପାଇଁ ସେ ଇମ୍ରାନଙ୍କୁ ଏକ ଚେକ୍ ପ୍ରଦାନ କରିଥିଲେ। ଆଉ ଏବେ ଫେସଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫେସଲଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଥିବା ଯୋଗୁଁ ସେ କୌଣସି ହସ୍ପିଟାଲରେ ଭର୍ତ୍ତି ନହୋଇ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। କିନ୍ତୁ ଇମ୍ରାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ କି ନାହିଁ ସେସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।