ରାଜ୍ୟରେ ‘ପ୍ଲାଟ୍ୟୁ ସ୍ଥିତି’ରେ ରହିଛି କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ‘ପ୍ଲାଟ୍ୟୁ ସ୍ଥିତି’ରେ ରହିଛି କରୋନା। ଏନେଇ ଡିଏମଇଟି ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଗତ ୫ ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି। ଲଗାତାର ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିକୁ ଦେଖି ରାଜ୍ୟରେ ଏବେ ପ୍ଲାଟ୍ୟୁ ସ୍ଥିତି ଥିବା ସେ କହିଛନ୍ତି। ଆଗକୁ ଏ ପରିସଂଖ୍ୟନ ଆହୁରି କମିବା ଆଶା ରହିଥିବା ସେ କହିଛନ୍ତି।