ଭାରତରେ ମେ ୨୧ ବେଳକୁ କମିବ କରୋନା ପ୍ରକୋପ!

ନୂଅଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ୁଥିବା ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି। ସିଙ୍ଗାପୁରର ଏକ ବିଶ୍ୱ ବିଦ୍ୟାଳୟର କହିବାନୁସାରେ, ଭାରତରେ କରୋନା ଭାଇରସର ପ୍ରକୋପ ମେ ୨୧ ବେଳକୁ ପାଖାପାଖି ୯୭ ପ୍ରତିଶତ ହ୍ରାସ ପାଇବ। ସମଗ୍ର ବିଶ୍ୱରେ ଡିସେମ୍ବର ୮ ବେଳକୁ କରୋନା ଆତଙ୍କ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହେବ ବୋଲି ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ତଥ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି ।