ଦିଲ୍ଲୀରେ ପୁଣି କରୋନା କଟକଣା କୋହଳ: ବାର, ପାର୍କ, ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି

ଦିଲ୍ଲୀ,ଏଜେନ୍ସି: ସୋମବାର ଠାରୁ ଜାତୀୟ ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହିତ ସର୍ବସାଧାରଣ ପାର୍କ, ବଗିଚା, ଗଲ୍ଫ କ୍ଲବ ଏବଂ ବାରଗୁଡିକ ଖୋଲିବ। ଏନେଇ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ଆଦେଶରେ ଦର୍ଶାଯାଇଛି ଯେ ସିନେମା ହଲ୍, ରେଷ୍ଟୁରାଣ୍ଟ, ଜିମ୍, ସ୍ପା, ସ୍କୁଲ୍, କଲେଜ, ସୁଇମିଂ ପୁଲ୍, ଅଡିଟୋରିୟମ୍ ଏବଂ ମନୋରଞ୍ଜନ ହଲ୍ ଅତି କମରେ ଆଉ ଏକ ସପ୍ତାହ ବନ୍ଦ ରହିବ। ବିବାହ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣ ଲୋକ ଉପସ୍ଥିତ ରହି ଅନ୍ତିମ ସଂସ୍କାର କରାଯାଇପାରିବ। ଏଥିସହ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ସ୍ଥାନରେ ନିଷେଧାଦେଶ ଜାରି ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।